ବିଶ୍ୱ ସମୁଦାୟକୁ ଡବ୍ଲୁଏଚଓର ଚେତାବନୀ: କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ବାଣ୍ଟନି ବିପଦ ମୁକ୍ତ ସାର୍ଟିଫିକେଟ; କରୋନା ଆକ୍ରାନ୍ତ ସୁସ୍ଥ ହେଲେ ବି ଦ୍ୱିତୀୟ ଥର ସଂକ୍ରମିତ ହେବେନି ବୋଲି ମିଳିନାହିଁ କୌଣସି ପ୍ରମାଣ
ବିଶ୍ୱ ସମୁଦାୟକୁ ଡବ୍ଲୁଏଚଓର ଚେତାବନୀ: କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ବାଣ୍ଟନି ବିପଦ ମୁକ୍ତ ସାର୍ଟିଫିକେଟ; କରୋନା ଆକ୍ରାନ୍ତ ସୁସ୍ଥ ହେଲେ ବି ଦ୍ୱିତୀୟ ଥର ସଂକ୍ରମିତ ହେବେନି ବୋଲି ମିଳିନାହିଁ କୌଣସି ପ୍ରମାଣ
କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହେବେ ନାହିଁ, ଏପରି କୌଣସି ପ୍ରମାଣ ମିଳିନାହିଁ । ଶନିବାର ଟୁଇଟ କରି ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱରେ କରୋନା କବଳରୁ ପ୍ରାୟ ୬ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟୁଇଟ ସେମାନଙ୍କ ଚିନ୍ତା ବଢାଇ ଦେବ । ଡବ୍ଲୁଏଚଓ ଟୁଇଟରେ ଲେଖିଛି କରୋନାରେ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ଶରୀରରେ ଏଂଟବଡିଜ ଅଛି ଓ ସେମାନେ ଦ୍ୱିତୀୟ ଥର କରୋନା ଭୁତାଣୁରେ ଆକ୍ରାନ୍ତ ହେବେ ନାହିଁ । ବର୍ତମାନ ସୁଦ୍ଧା ଏପରି କୌଣସି ପ୍ରମାଣ ମିଳିନାହିଁ
ପୂର୍ବରୁ ଡବ୍ଲୁଏଚଓ ମୁଖ୍ୟ କହିଥିଲେ, କରୋନା ଏବେ ଆହୁର ଭୟଙ୍କର ରୁପ ଦେଖାଇବ ଓ ଆମ ସହ ଲମ୍ବା ସମୟ ଯାଏଁ ରହିବ । କିଛି ଦେଶରେ ଲକଡାଉନ କଟକଣା କୋହଳ କରୁଥିବା ପରିପ୍ରେକ୍ଷୀରେ ଏପରି ବୟାନ ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ଦୁନିଆର ସରକାରଙ୍କୁ ସତର୍କ କରାଇ ଦେଇ କହିଛି, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଇମ୍ୟୁନିଟି ପାସପୋର୍ଟ, ରିକ୍ସ ଫ୍ରି ସାର୍ଟିଫିକେଟ ନ ବାଂଟ । କାରଣ କରୋନାରୁ ସୁସ୍ଥ ବ୍ୟକ୍ତି ସଂପୂର୍ଣ୍ଣ ସୁରକ୍ଷିତ ଏହାର କୌଣସି ନିଶ୍ଚିତତା ମଧ୍ୟ ନାହିଁ । କୁହାଯାଉଛି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ମହାମାରୀ ଭୂତାଣୁକୁ ନେଇ ସତର୍କ ପଦକ୍ଷେପ ନେବା ବନ୍ଦ କରିଦେଇପାରନ୍ତି । ଏପରି ସମ୍ଭାବନାକୁ ଆଖିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଚେତାବନୀ ଜାରି କରିଥାଇପାରେ
Comments
Post a Comment