ପ୍ରଧାନ ମନ୍ତ୍ରୀ ସରପଞ୍ଚମାନଙ୍କୁ କହିଲେ ଏବେ ଡ୍ରୋନରେ ଗାଁର ଜମି ମାପ ହେବ; ୫ଟି ବିଶେଷ କଥା

ପ୍ରଧାନ ମନ୍ତ୍ରୀ ସରପଞ୍ଚମାନଙ୍କୁ କହିଲେ ଏବେ ଡ୍ରୋନରେ ଗାଁର ଜମି ମାପ ହେବ; ୫ଟି ବିଶେଷ କଥା

ଗାଁର ଭିତ୍ତିଭୂମି ମଜବୁତ କରିବା ପାଇଁ ଆଜି ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଗୋଟିଏ ହେଉଛି ଇ-ଗ୍ରାମ ସ୍ୱରାଜ ଡିଜିଟାଇଜେସନ୍ ଯୋଜନା । ଦ୍ୱିତୀୟଟି ମାଧ୍ୟମରେ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ମାଲିକାନା ସ୍କିମ୍ ପ୍ରବର୍ତ୍ତନ ହେବ


ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚାୟତ ରାଜ ଦିବସର ଅଭିନନ୍ଦନ ଜଣାଇ କହିଛନ୍ତି ଯେ କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ସରପଞ୍ଜ ଟେକ୍ନୋଲୋଜି ସହିତ ସଂଯୁକ୍ତ ହୋଇ କାମ କରୁଛନ୍ତି । ପୁରସ୍କାର ପାଇଥିବା ପଞ୍ଚାୟତମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

‘‘ଏ କଥା ସତ ଯେ ଅନେକ ପ୍ରତିବନ୍ଧକ ଅଛି, ସମସ୍ୟା ଅଛି, କିନ୍ତୁ ସଂକଳ୍ପର ଶକ୍ତି ଦେଖାଇ ନୂଆ ଶକ୍ତି ସହିତ ଆଗକୁ ବଢ଼ିବା ଓ ନୂଆ ଉପାୟ ଖୋଜି ଦେଶକୁ ବଞ୍ଚାଇବା ଓ ଦେଶକୁ ଆଗକୁ ବଢ଼ାଇବାର କାର୍ଯ୍ୟ ମଧ୍ୟ କ୍ରମାଗତ ଭାବରେ ଚାଲିଛି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ ।

ଆସନ୍ତୁ ଜାଣିବା ପ୍ରଧାନ ମନ୍ତ୍ରୀ ମୋଦୀ ପଞ୍ଚାୟତମାନଙ୍କୁ କହିଥିବା ବିଶେଷ କଥା:

୧. ଇ-ଗ୍ରାମ ସ୍ୱରାଜ ଦ୍ୱାରା ପଞ୍ଚାୟତରେ ସ୍ୱଚ୍ଛତା ଆସି
ଇ-ଗ୍ରାମ ସ୍ୱରାଜ ହେଉଛି ସମସ୍ତ ଗ୍ରାମ ପଞ୍ଚାୟତର ଡିଜିଟାଇଜେସନ୍ ଦିଗରେ ଏକ ପଦକ୍ଷେପ । ଏହା ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛତା ବୃଦ୍ଧି କରିବ ଓ ରେକର୍ଡ ରଖିବା କାମକୁ ସହଜ କରିବ। ଗାଁର ଭିତ୍ତିଭୂମି ମଜବୁତ କରିବା ପାଇଁ ଆଜି ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଗୋଟିଏ ହେଉଛି ଇ-ଗ୍ରାମ ସ୍ୱରାଜ ଏବଂ ଦ୍ୱିତୀୟଟି ମାଧ୍ୟମରେ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ମାଲିକାନା ସ୍କିମ୍ ପ୍ରବର୍ତ୍ତନ । ଗ୍ରାମ ସ୍ୱରାଜର ମାଲିକାନା ଯୋଜନାରେ ଗ୍ରାମବାସୀଙ୍କୁ ବହୁତ ଲାଭ ହେବ । ଏଥିରେ ଡ୍ରୋନ୍ ମାଧ୍ୟମରେ ପ୍ରତ୍ୟେକ ଜମିର ମ୍ୟାପିଂ କରାଯିବ ।

୨. କରୋନା ଆମକୁ ଆତ୍ମନିର୍ଭରଶୀଳ ହେବାକୁ ବାର୍ତ୍ତା ଦେଇଛି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌ ମହାମାରୀ ଆମକୁ ଶିକ୍ଷା ମଧ୍ୟ ଦେଇଛି । ସେ କହିଛନ୍ତି ଯେ ଏହି ଅବସରରେ ସେ ସମସ୍ତଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ କରୋନା ଆମକୁ ଶିକ୍ଷା ଦେଇଛନ୍ତି ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ସେ କହିଛନ୍ତି ଯେ ଏହି ସଙ୍କଟ ଶିକ୍ଷା ଦେଇଛି ଯେ ରାଜ୍ୟ ସ୍ତରରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । କରୋନା ଆମକୁ ଶିକ୍ଷା ଦେଇଛନ୍ତି ଯେ ଆମେ ବାହାର ଦେଶମାନଙ୍କ ଉପରେ ନିର୍ଭର କରିବା ଉଚିତ୍ ନୁହେଁ

୩. ଗ୍ରାମ ପଞ୍ଚାୟତ ଯେତେ ଶକ୍ତିଶାଳୀ, ଗଣତନ୍ତ୍ର ସେତେ ଶକ୍ତିଶାଳୀ

ଏହି ଅବସରରେ ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମ ପଞ୍ଚାୟତ ଯେତେ ଶକ୍ତିଶାଳୀ ହେବ ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ । ସେ କହିଛନ୍ତି ଯେ ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଆଜି ସରକାର ୧.୨୫ ଲକ୍ଷରୁ ଅଧିକ ପଞ୍ଚାୟତରେ ବ୍ରୋଡବ୍ୟାଣ୍ଡରେ ପହଞ୍ଚାଇସାରିଛନ୍ତି । ସାଧାରଣ ସେବା କେନ୍ଦ୍ର ଗ୍ରାମଗୁଡିକରେ ପହଞ୍ଚିଛି । ଆଜି ଶସ୍ତା ମୋବାଇଲ୍ ଗାଁରେ ପହଞ୍ଚିଛି

୪. ଗ୍ରାମଗୁଡ଼ିକ ସମଗ୍ର ବିଶ୍ୱକୁ ଦୁଇ ଗଜ ଦୂରତାର ମନ୍ତ୍ର ଦେଇଛନ୍ତି

ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମମାନେ ବିଶ୍ୱକୁ ଅତି ସରଳ ଶବ୍ଦରେ 'ଦୁଇ ଗଜ ଦୂରତା' ବା 'ଦୁଇ ଗଜ ଶାରୀରିକ ଦୂରତା’ର ମନ୍ତ୍ର ଦେଇଛନ୍ତି । ଏହି ମନ୍ତ୍ରର ଅନୁପାଳନ କରିବା ଉପରେ ଗ୍ରାମଗୁଡିକରେ ବହୁତ ଧ୍ୟାନ ଦିଆଯାଇଛି । ଗ୍ରାମ ପଞ୍ଚାୟତମାନଙ୍କ ପ୍ରୟାସ ଯୋଗୁଁ ଆଜି ବିଶ୍ୱରେ ଆଲୋଚନା ହେଉଛି ଯେ ଭାରତ କିପରି କରୋନାକୁ ଜବାବ ଦେଇଛି

୫. ଗ୍ରାମଗୁଡିକ ଲୋକମାନଙ୍କୁ ପରମ୍ପରାର ଶକ୍ତି ଦେଖାଇଲା

ଏହି କରୋନା ସଙ୍କଟ ଦେଖାଇଦେଇଛି ଯେ ଭାରତର ଗ୍ରାମରେ ରହୁଥିବା ଲୋକେ ଏହି ସମୟରେ ସେମାନଙ୍କର ରୀତିନୀତି ଓ ପରମ୍ପରାର ପ୍ରଦର୍ଶନ କରିଛନ୍ତି । ଗ୍ରାମମାନଙ୍କରୁ ଆସୁଥିବା ଅପଡେଟଗୁଡ଼ିକ ବଡ଼ ବଡ଼ ପଣ୍ଡିତମାନଙ୍କ ପାଇଁ ବି ପ୍ରେରଣାଦାୟକ ବୋଲି ମୋଦୀ କହିଛନ୍ତି । । । ।

Comments