ଜୟଦେବ ଗ୍ରାମ ପଂଚାୟତର ମୋର ସମ୍ମାନନୀୟ ଗୁରୁ ଓ ଗୁରୁଜନ , ପିତୃ ଓ ଜ୍ୟେଷ୍ଠ ଭାତୃତୁଲ୍ୟ ବୟୋଜେଷ୍ଠ ବ୍ୟକ୍ତି ବୃନ୍ଦ ,ସମସ୍କନ୍ଦ ବନ୍ଧୁବର୍ଗ, ମୋର ପ୍ରିୟ ଭୋଟର ଭାଇ ଓ ଭଉଣୀ ମାନେ, ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର । ଆପଣ ମାନେ ମୋର ଏଇ ନିର୍ବାଚନୀ ଭାଷଣର ଭିଡିଓଟି ଖୋଲିଛନ୍ତି ମାନେ ଆପଣ ମୋର ପରିଚୟ ପାଇ ସାରି ଛନ୍ତି । ତା ବ୍ୟତୀତ ଆପଣ ମାନେ ମୋ ସ୍ବର ସହିତ ବି ବେଶ୍ ପରିଚିତ । ସର୍ବ ପ୍ରଥମେ ମୁଁ ଆପଣ ମାନଙ୍କୁ ମୋର ହୃଦୟର ଅଭ୍ୟନ୍ତର ରୁ ଏକ ଧନ୍ୟବାଦ ଅର୍ପଣ କରିବାକୁ ଚାହିଁବି କାରଣ ଆପଣ ମାନଙ୍କ ଅଯାଚିତ ଆକର୍ଷଣ ମୋତେ ଆପଣ ମାନଙ୍କ ଆହୁରି ନିକଟତ୍ତର ହେବାକୁ ବାଧ୍ୟ କରିଛି ।
ମୋର କୈଣସି Political background ନାହିଁ. ମୁଁ କୋଣସି ଦଳରୁ ବି ଛିଡା ହୋଇ ନାହିଁ. ମୁଁ ଜାଣି ନି ମୁଁ ସରପଞ୍ଚ ହେଲାପରେ ପଞ୍ଚାୟତ ର କେତେ ଲୋକଙ୍କ ଦୁଃଖ ବୁଝିପାରିବି? କେତେ ଲୋକଙ୍କୁ ସାହାଯ୍ଯ ର ହାତ ବଢେଇ ପାରିବି? କେତେ ଲୋକଙ୍କ ଆଶିର୍ବାଦ କୁ ସାଉଁଟି ପାରିବି? ମୋ ସହିତ ଯେଉଁ ମାନେ ମିଶନ୍ତି, ମୋତେ ଯେଉଁ ମାନେ ଅତି ପାଖରୁ ଜାଣିଛନ୍ତି ସେମାନଙ୍କ ର ମୋ ଉପରେ ବହୁତ୍ ବିଶ୍ବାସ ଅଛି, ସେମାନଙ୍କ ଆଶା ଯେ ମୁଁ ସେମାନଙ୍କ ପାଇଁ କିଛି କରିବି. ମୁଁ ମୋ ନିଜକୁ ଧୋକା ଦେଇପାରେ କିନ୍ତୁ ଯେଉଁ ନିରୀହ ଜନ ସାଧାରଣ ମୋ ଉପରେ ଯେଉଁ ଆଶା ଓ ଭରସା ରଖିଛନ୍ତି ସେମାନଂକୁ ନୂହେଁ.
ମୁଁ ଜାଣେ ଗରିବ ଅଉ ଦୁଖଃ କଣ. ମୁଁ ମୋ ପାଇଁ ନୁହେ, ସେଇ ଆଶା ଓ ଭରସା ରଖିଥିବା ସାଧାରଣ ଲୋକଙ୍କ ପାଇଁ ଥରେ ଜିତିବାକୁ ଚାହେଁ |
ସେ ଅଧିକାର ମୁଁ ଆପଣ ମାନଙ୍କୁ ଦବାକୁ ଚାହିଁବି, ଯୋଉ ଅଧିକାର ଆପଣ ମାନଙ୍କ ର ନିଜ ପରିବାରର ରେ ନିଜ ଭାଇ ଓ ନିଜ ପୁଅ ଉପରେ ଅଛି. ମୁଁ କଣ କରିବି ସେଇଟା ମୁଁ କହିବି ନାହିଁ, ଆପଣ ମାନେ କହିବେ.
ଆପଣ ମାନଙ୍କ ବିଶ୍ବାସ ଓ ଭରସାର ବନ୍ଧନ ମୋତେ ଆପଣ ମାନଙ୍କ ସେବା କରିବାର ନିଶ୍ଚିତ ସୁଯୋଗ ଦେବ ଏ ନେଇ ମୁଁ ଦୃଢ ଆଶାବାଦୀ ଅଟେ । ଆପଣ ମାନେ ଭାବୁ ଥିବେ ମୁଁ ଏ ଯାଏଁ ନିଜର ପରିଚୟ ଦେଇ ନାହିଁ ଅଥଚ ଗପିବାକୁ ଆରମ୍ଭ କଲିଣି । ମୁଁ ଜାଣେ ଆପଣ ମାନଙ୍କୁ ମୋର ପରିଚୟ ଦେବାର ଆବଶ୍ୟକତା ହିଁ ନାହିଁ ।ତଥାପି ସୌଜନ୍ୟ ରକ୍ଷା କରି ମୁଁ ନିଜର ପରିଚୟ ଦେବାକୁ କୁଣ୍ଠାବୋଧ କରିବି ନାହିଁ ।ମୁଁ ହେଉଛି ପୂର୍ଣ୍ଣ ଚନ୍ଦ୍ର ଭୋଇ ଆଉ ମୋର ଘର ଏଇ ପଂଚାୟତର ମହୁଖଣ୍ଡା ଗାଁରେ । ଆପଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମୋତେ ଜାଣନ୍ତି ପାପୁ ଭାଇ ନାଁ ରେ ।
ମୁଁ ଜଣେ ସକ୍ରିୟ ସଦସ୍ୟ ରୂପରେ ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ସାଉଁଟି ପାରିଛି ।
ଆପଣ ମାନେ ଅବଗତ ଥିବେ, କୋଭିଡର ପ୍ରସାରକୁ ଆଖିରେ ରଖି ସରକାର ନିର୍ବାଚନ ପ୍ରଚାର ଉପରେ କଟକଣା ଜାରି କରି ଛନ୍ତି । ମୁଁ ଦୁଃଖୁତ ଯେ ଏକ ଖୋଲା ମଞ୍ଚରୁ ଆପଣ ମାନଙ୍କ ଉଦ୍ଦ ଶ୍ୟରେ କିଛି କହିବାର ସୁଯୋଗ ନାହିଁ । ତଥାପି ମୋର ସୌଭାଗ୍ୟ ଯେ ମୁଁ ଆଜି ଏ ଭିଡିଓ ମାଧ୍ୟମରେ କିଛି କହିବାର ସୁଯୋଗ ପାଇଛି । ମୋର ଆଶା ଆଉ ବିଶ୍ବାସ ଆପଣ ଏ ଭିଡିଓକୁ ମୂଳରୁ ଶେଷ ଯାଏ ଦେଖିବେ ଏବଂ ମୋର ମନ କାମନାକୁ ପୂରଣ କରିବାରେ ସହାୟକ ହେବେ । ଆପଣ ମାନଙ୍କ ପାଖରେ ଏଣୁ ତେଣୁ ଗପି ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିବାକୁ ଚାହେଁ ନା । ଗୋଟେ ସୀମିତ କଳେବର ଭିତରେ ମୁଁ କିଛି କହିବି ଯାହା ଆପଣଙ୍କ ମନକୁ ଛୁଇଁ ଯିବ । ହୋଇ ପାରେ , ଆପଣ ମାନେ ମୋ ଠାରୁ ଯଥେଷ୍ଟ ଅନୁଭୂତି ସମ୍ପନ୍ନ , ତଥାପି ଆଜିର ଏ ନିର୍ବାଚନୀ ବେଳାରେ ମୁଁ ଆପଣ ମାନଙ୍କ ସହିତ କିଛି ଆଲୋଚନା କରିବାର ଲୋଭକୁ ସମ୍ବରଣ କରି ପାରୁନି ।
ବନ୍ଧୁଗଣ , ଆପଣ ମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବୟସରେ ମୋ ଠାରୁ ଯଥେଷ୍ଟ ବଡ଼ । ଭଲ କଣ, ମନ୍ଦ କଣ ଆପଣ ମାନଙ୍କ ଏ ଅନୁଭୁତି ମୋ ଅନୁଭୁତି ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ । ସୁଖ କଣ ଦୁଃଖ କଣ ମୋ ଠାରୁ ବେଶୀ ଜାଣନ୍ତି ଆପଣ ମାନେ । କହିବାର ତାତ୍ପର୍ଯ୍ୟ ହେଲା ଏ ପଂଚାୟତର ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଆପଣ ମାନେ ମୋ ଠାରୁ ବି ଅଧୂକ ଜାଣିଥୁବେ । ତଥାପି ସାମଗ୍ରିକ ଭାବେ ମୁଁ ୟା ଉପରେ କିଛି ଅଲୋକପାତ କରିବି ।
ମୁଁ ପ୍ରଥମରୁ ଆପଣ ମାନଙ୍କୁ ସ୍ପଷ୍ଟ କହି ଦେବାକୁ ଚାହେଁ ବ୍ୟକ୍ତିଗତ ସ୍ତରରେ କାହାକୁ ଆକ୍ଷେପ କରିବା ଅଭିପ୍ରାୟ ମୋର ନାହିଁ । ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରତିଦ୍ବନ୍ଦୀ ଉପରେ ବ୍ୟକ୍ତିଗତ ଆକ୍ଷେପ ମୁଁ କରିବିନି । କିଏ ଯୋଗ୍ୟ କିଏ ଅଯୋଗ୍ୟ ତା ତ ଆପଣ ମାନଙ୍କ ହାତରେ । ତା ତ ସମୟ ହିଁ କହିବ । ମୁଁ କାହିଁକି ତାକୁ ଆଧାର ରୂପେ ରଖି ଆପଣ ମାନଙ୍କ ସମର୍ଥନ ଭିକ୍ଷା କରିବି? ।ଏପରି କରିବା କେବଳ ଏକ ଘୃଣ୍ୟ ରାଜନୀତି ଅଟେ ଆଉ ମୁଁ ସର୍ବଦା ଏହା ଠାରୁ ଦୁରେଇ ରହିବାକୁ ଚାହେଁ । ନେତା ଯିଏ ହେଉ ନା କାହିଁକି ସେ ସେତେ ବେଳ ଯାଏ ନେତା ପଦବାଚ୍ୟ, ଯେତେ ବେଳ ଯାଏ ତା ପଛରେ ରହିଛି ଯଥେଷ୍ଟ ସଂଖ୍ୟକ ଅନୁଗାମୀ ମାନଙ୍କର ସମର୍ଥନ ।
ଏ ପଂଚାୟତର ଗାଁ କୁ ପକା ରାସ୍ତା ତ ଅଛି କିନ୍ତୁ ମୁଁ ନିଜେ ଦେଖିଛି ବହୁତ ଜାଗାରେ ରାସ୍ତାରେ ଆଲୁଅ ନାହିଁ ବୋଲି ସନ୍ଧ୍ୟା ହେଲା ପରେ ଛୋଟ ଛୋଟ ପିଲାମାନେ ଅନ୍ଧାରରେ ଟ୍ୟୁସନ ଯାଉଛନ୍ତି, ଲୋକମାନେ ବି ବହୁତ୍ ହଇରାଣ ହେଉଛନ୍ତି । ସେଇ ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏ ସମସ୍ୟାର ସମାଧାନ ପାଇଁ ଧ୍ୟାନ ଦିଆ ଯାଉନି । ଏପରି ଅଭିଯୋଗ ଆସିବାକୁ ଆପଣ କେମିତି ଦେଖନ୍ତି ? ମୋ ମତରେ ଏସବୁର ସମାଧାନ ତୁରନ୍ତ ହେବା ଉଚିତ । ଯଦି ହୋଇ ପାରୁନି ତା ହେଲେ ସେ ଆମର ବଡ ଦୁର୍ବଳତା । ବନ୍ଧୁଗଣ , ବିଭିନ୍ନ ସମସ୍ୟା ମଧ୍ୟରୁ ଏ କେବଳ କେଇ ଗୋଟି ଉଦାହରଣ ମାତ୍ର ।
ଏମିତି ଅନେକ ସମସ୍ୟା ଅଛି ଯାହା ସମାଧାନ ହୋଇ ପାରୁନି । ଲୋକେ ପ୍ରତିବାଦ କରୁ ନାହାନ୍ତି ବୋଲି ଲୋକ ଲୋଚନକୁ ଆସି ପାରୁନି । ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ସବୁ ଯୋଜନାରୁ ସୁଫଳ ପାଇବାକୁ ହେଲେ ଯେଉଁ ପରିମାଣରେ ଆନ୍ତରିକତା ଦରକାର ସେତିକି ଆନ୍ତରିକତା ନାହିଁ ବୋଲି ଆମେ ଏସବୁର ସୁଫଳ ପାଉନୁ । ଏସବୁ ନିମନ୍ତେ ହିତାଧୁ କାରି ଚୟନରେ ପ୍ରିୟା ପ୍ରୀତି ତୋଷଣ ନୀତି ଅବଲମ୍ବନ ହେଉ ଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରି ହୁଏନା
ମୁଁ ଜାଣେ ଆପଣ ମାନଙ୍କ ଦୃଢ ସମର୍ଥନ ମୋତେ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଓ ଆପଣ ମାନଙ୍କ ସହଯୋଗ ମୋତେ ଏ ପଂଚାୟତର ସର୍ବାଙ୍ଗୀନ ବିକାଶରେ ଖୋରାକ୍ ଯୋଗାଇବ । ଆପଣମାନେ ଜାଣନ୍ତି ଏ ଦେଶ ସ୍ବାଧୀନ ହେବାର ସତୁରୀବର୍ଷ ରୁ ଉର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇ ସାରିଛି । ଦେଶ ବିଭିନ୍ନ ଦିଗରେ ଦ୍ରୁତ ଉନ୍ନତି ପଥରେ ଅଗ୍ରସର ହେଉଛି । ଆମ ରାଜ୍ୟ ଓଡିଶା ମଧ୍ୟ ଏଥୁରୁ ବାଦ ପଡି ନାହିଁ ।
ଆଉ ରାଜ୍ୟ ସହିତ ତାଳ ଦେଇ ପ୍ରତ୍ୟେକ ପଂଚାୟତ ଉନ୍ନତି ସ୍ରୋତରେ ସାମିଲ ହେବା ଉଚିତ । ଆପଣ ମାନଙ୍କୁ କେବଳ ପଦୁଟିଏ ପଚାରିବି ଦେଶ ଆଉ ରାଜ୍ୟ ସହ ଆମେ କଣ ପାଦ ମିଳାଇ ପାରିଛେ? ମୋର ଟିକେ ସନ୍ଦେହ ହୁଏ । ଆମେ ଯେଉଁ ଅନୁପାତରେ ଆଗକୁ ବଢିବା କଥା , ସେଇ ହିସାବରେ ଆମେ ଆଗେଇ ପାରୁନୁ । ଯଦି ଏହା ସତ , ତେବେ ଏଥି ପାଇଁ ମୁଁ କାହକୁ ବି ଦାୟୀ କରିବିନି । ଦାୟୀ ଆମେ ସମସ୍ତେ । ମୂଳ କାରଣ ହେଲା ଆମରି ଆର୍ନ୍ତରିକତାର ଅଭାବ ।
ମୁଖ୍ୟ କାରଣ ହେଲା ନିଛକ ସ୍ବାର୍ଥପରତା । ଯେତେଦିନ ଯାଏ ଆମେ କେବଳ ନିଜ ସ୍ବାର୍ଥକୁ ଜଗି ବସିବା ସେତେ ଦିନ ଯାଏ ଆମେ ସାମାଜିକ ବିକାଶ ଆଣି ପାରିବା ନାହିଁ । ଯେତେ ଦିନ ଯାଏ ସଜାଗ ହେବାନି ସେତେ ଦିନ ଯାଏ ଆମେ ଏମିତି ପଛେଇ ରହିଥବା । ଓଡ଼ିଆରେ ଗୋଟେ ପ୍ରବାଦ ଅଛି " ପୁଅ ନ କାନ୍ଦିଲେ ମା ବି ତାକୁ ଖାଇବାକୁ ଦିଏ ନି । " ଆମେ ଯଦି ନିଜେ ନ ଚେଇଁବା ଅଥବା ଚେଇଁ କି ଶୋଇ ରହିବା ଆମ ହିତ କଥା କେହି ଚିନ୍ତା କରିବେନି । ଆମେ ଏମିତି ପଛେଇ ରହିଥିବା ।
ଗ୍ରମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଯୋଜନାର ଅଭାବ ନାହିଁ । ଅଭାବ ଅଛି ଆମରି ଉଦ୍ୟମ । ଅଭାବ ଅଛି ନିସ୍ବାର୍ଥପର ମନୋଭାବର । ବନ୍ଧୁଗଣ ଆପଣ ମାନେ ମୋତେ କୁହନ୍ତୁ ଗୋଟେ ଜଳ ଅମଳ ପ୍ରକଳ୍ପରେ ଯେତେ ଜଳ ଥାଉ ନା କାହିଁକି ମରୁଡି ସମୟରେ ନିକଟସ୍ଥ ଜମିକୁ ଆପେ ଆପେ ପାଣି ମାଡ଼େ କି ? ଦରକାର ଗୋଟେ କେନାଲ୍ । ପାଣି ଉଠାଇବା ନିମନ୍ତେ ଗୋଟେ ପମ୍ପ । ଠିକ ସେମିତି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ହାତେଇବାକୁ ଲୋଡ଼ା ଏକ ଦୃଢ ସଂଯୋଜନା ଓ ଜଣେ ଦକ୍ଷ ସଂଯୋଜକ । I
ବନ୍ଧୁଗଣ , ” ବୁଝି ପାରୁଥିବା ଲୋକକୁ ଇସାରା ବହୁତ୍ । " ତଥାପି ଯଦି ବୁଝି ନାହାନ୍ତି ମୁ କହିଦେଉଛି ଆମକୁ ଆଗକୁ ବଢିବାକୁ ହେଲେ ଦରକାର ସେ ଅନୁସାରେ ଉଦ୍ୟମ । ଦରକାର ଜଣେ ସଫଳ ଲୋକ ପ୍ରତିନିଧୂ । ବନ୍ଧୁଗଣ , ଆମକୁ ପ୍ରଥମେ ଦରକାର ସମସ୍ୟାର ଚିହ୍ନଟିକରଣ । ଅନହାର , ଅନ୍ଧାହାର ବେରୋଜଗାର ଭଳି ସମସ୍ୟାରୁ ମୁକୁଳି ବାର ପନ୍ଥା । ସମସ୍ୟାକୁ ବୁଝି ସାରିବା ପରେ ଦରକାର ଯୋଗ୍ୟ ହିତାଧୂକାରୀ ଚୟନ । ସବୁ କ୍ଷେତ୍ରରେ ଆମକୁ ସଜାଗ ହେବାପାଇଁ ପଡିବ ।
ପାରସ୍ପରିକ ସଭାବ ଓ ବୁଝାମଣାରେ ସବୁ କିଛି ସମ୍ଭବ । ଆମେ ଏହାକୁ ମହାମନ୍ତ୍ର ରୂପେ ନେବା । ମୋ ଅନୁଭୁତିରେ ମୁଁ ଦେଖୁଛି ନିର୍ବାଚନ ସମୟରେ ଗାଁ ଗୁଡିକର ଉଷ୍ମତା ଯେତେ ବଢ଼ି ଯାଏ ନିର୍ବାଚନ ପରବର୍ତ୍ତି ଅବସ୍ଥା ମଧ୍ୟ ସେତେ ଦୁର୍ବିସହ ହୋଇ ପଡେ । ଆମେ କିନ୍ତୁ ଏମିତି ହେବାକୁ ଦବାନି । ନିର୍ବାଚନ ପରେ ଆମେ ପୁଣି ଏକତ୍ରୀତ ହୋଇ ଆମ ଗାଁର ଆମ ପଞ୍ଛାୟତର ହିତ କଥା ଚିନ୍ତା କରିବା । ଗାଁରେ ଶାନ୍ତି ବାତାବରଣ ନ ଥିଲେ ବିକାଶ ର ପ୍ରଶ୍ନ ଉଠିବ କୁଆଡୁ ?
ହେ ମୋର ଭୋଟର ଭାଇ ଭଉଣୀ ଓ ବନ୍ଧୁଗଣ , ଆପଣ ମାନେ ମୋତେ ଗୋଟିଏ କଥା କୁହନ୍ତୁ 2022 ର ଆଜିର ଏ ମୁହୂର୍ତ୍ତ ରେ ଆମେ ଯେତିକି ଆଗକୁ ବଢିବା କଥା ଆମେ କଣ ସେତେ ଆଗେଇ ପାରିଛେ ? ଆମକୁ ଓଡିଶା ରାଜ୍ୟ ସହ , ଏ ଦେଶ ସହ ତାଳ ମିଳାଇ ଚାଲିବାର ଅଛି । ଆଉ ଏଥ୍ ନିମନ୍ତେ ଦରକାର ଏକ ଉତ୍ତମ ନେତୃତ୍ବ । ଯେତେ ବେଳ ଯାଏ ଆମ ପାଖରେ ତା ନାହିଁ ଆମେ ଏମିତି ପଛେଇ ଚାଲି ଥିବା । ଏବେ ବେଳ ଅଛି ଏସବୁ ପ୍ରତି ସଜାଗ ହେବାର ।
ଗୋଟେ example ଦବାକୁ ଚାହିଁବି..
ଜଦି ଆପଣମାନେ ଜାଣନ୍ତି ନାହିଁ ଯେ, ଆପଣ ଯୋଉଠି ଛିଡା ହୋଇଛନ୍ତି ସେହିଠାରେ ମାଟି ତଳେ କିଛି ଜିନିଷ ଲୁଚି ରହିଛି ତାହେଲେ ଆପଣ କେମିତି ଜାଣିବେ, ସେ ଜିନିଷ ଆପଣଙ୍କୁ କେମିତି ମିଳିବ? ମିଳିବନି ଆପଣଙ୍କୁ ସେ, ଆପଣ ପ୍ରତିଦିନ ସେଇବାଟେ ଯିବା ଆସିବା କରୁଥିବେ, କିନ୍ତୁ ଜାଣିପାରିବେ ନାହିଁ | ଯଦି ଆପଣଁକୁ କିଏ ଜଣାଇ ଦେବ, ତାହେଲେ ଆପଣ ନିଶ୍ଚିତ ଖୋଜିବେ |
ଠିକ୍ ସେଇପରି ସରକାରଙ୍କ ପକ୍ଷରୁ ପଞ୍ଚାୟତ ର କୋଣ ଅନୁକୋଣ କୁ ଆସୁଥିବା ପ୍ରତି ଟି ଯୋଜନା ବିଷୟରେ ଯଦି ଆପଣ ଜାଣି ନ ପାରିବେ, ତାହେଲେ କେବେବି ଆପଣ ସେ ଯୋଜନା ର ଲାଭ ପାଇ ପାରିବେନି. କିଛି ବି ଫାଇଦା ହବନି ଆପଣଙ୍କର. ଆଉ ଯଦି ଆପଣ ମାନଙ୍କ କାମରେ ଆସିଲାନି ସେ ଯୋଜନା, ତାହେଲେ ବିକାଶ ( Development) କାହାର ବି ହେବ ନାହିଁ. ନା ଗାଁ ର ହେବ, ନା ପଞ୍ଚାୟତ ର.
ଆଜି ଆମେ ଆସି 2022 ମସିହା ରେ ପହଞ୍ଚିଚ୍ଛେ. ଚାରିଆଡ Digital India ର ପ୍ରଚଳନ ଚାଲିଛି. ଘରେ ଘରେ ପ୍ରତି ଟି ପିଲା ହାତରେ ମୋବାଇଲ ରହିଛି. ମୋର ବିଶ୍ବାସ ୟୁଟୁବ, facebook ବିଷୟରେ ଆପଣ ମାନେ ନିଶ୍ଚୟ ଅବଗତ ଥିବେ.. ଏହି social media platform ଗୁଡିକ ସାହାଯ୍ୟ ରେ ଆମେ ଗୋଟିଏ ଜାଗା ରେ ବସି ଅନ୍ୟ ଜାଗାର କିଏ କଣ କରୁଛି ଅତି ସହଜରେ ଜାଣି ପାରୁଛେ. ଆଜି ଆମେ ଆମ ର ବ୍ୟକ୍ତିଗତ କାମରେ ସମସ୍ତେ ବ୍ୟସ୍ତ. ଆମକୁ ତ ଆମ ନିଜ କାମରୁ ସମୟ ମିଳୁନାହିଁ, ପଞ୍ଚାୟତ ରେ ହେଉଥିବା ଗାଁ ସଭାକୁ ଯିବା ତ ବହୁତ୍ ଦୂରର କଥା. ଆମକୁ ଏହି social media platform ର ସାହାଯ୍ୟ ନେବାକୁ ପଡ଼ିବ. ଅଉ ସେ କାମ ମୁଁ କରିବି. ଘରେ ବସି ଆପଣ ସମସ୍ତେ ଅତି ସହଜରେ ଜାଣି ପାରିବେ ଯେ, ଆପଣ ଙ୍କ ପଞ୍ଚାୟତ କୁ କେଉଁ ଯୋଜନା ସବୁ ଆସୁଛି, କେଉଁ ଟା କେତେ କାର୍ୟ କାରୀ ହେଉଛି?
2022 ରେ ଖାଲି ରାସ୍ତା, ବିଜୁଳି, ଘର, ପାଣି ସୁବିଧା ପାଇଯିବା ଟା ଯଥେଷ୍ଟ ନୁହଁ. ଆମ ପଂଚାୟତ ଚାଷୀ ପରିବାର ପଞ୍ଚାୟତ. ଯେମିତି କେହି ବି ଚାଷ କାରିବାକୁ ପଛାଇବେ ନାହିଁ, ସେମିତି INFRASTRUCTURE ଗଢିବାକୁ ପଡିବ. ଆମ ସମସ୍ତଙ୍କୁ ଏକାଠି ହୋଇ କିଛି ଗୋଟେ solution ଖୋଜିବାକୁ ପଡ଼ିବ. ଆମେ ଆମ ପିଲା ମାନଙ୍କୁ ( ଯେଉଁମାନେ ଆମ ଗାଁ ର, ପଞ୍ଚାୟତ ର, ପୁରା ଦେଶ ର ଭବିଷ୍ୟତ) ସେମାନଙ୍କୁ ଖାଲି ପାଠ ପଢ଼ାରେ ନୁହେ, ନାଚ, ଗୀତ, ଖେଳ ସବୁଥିରେ ସୁବିଧା ଯୋଗାଇ ଦବାକୁ ପଡିବ. ନିଜ ଛାତିରେ ହାତ ରଖି ଥରେ ଚିନ୍ତା କରନ୍ତୁ କଣ ଏସବୁ ବିଷୟରେ ଆମେ କେବେ ଚିନ୍ତା କରି ଚ୍ଛେ? କେବେ ଭାବି ଚ୍ଛେ, ଯେ ଆମ 2022 ର ଆଜିର ଏ ଯୁଗରେ ଆମେ କେତେ ପଛରେ ରହିଛେ? ବହୁ ପଛରେ ଅଛେ ଆମେ.
ବନ୍ଧୁଗଣ ମୁଁ ଆପଣଙ୍କୁ ଗୋଟେ ସୁନ୍ଦର ଉଦାହରଣ ଦେବି । ଗୋଟିଏ ଜଳ ପୂର୍ଣ୍ଣ ପୋଖରୀକୁ ଟେକା ଅଥବା ଢେଲାଟିଏ ଫିଙ୍ଗିଲେ କଣ ହୁଏ ? ଜୋରରେ ଗୋଟାଏ ଶବ୍ଦ ହୁଏ ଆଉ ସେ ସ୍ଥାନରୁ ଢେଉ ଆରମ୍ଭ ହୋଇ କୂଳ ଆଡକୁ ମାଦି ଆସେ । କିଛି ସମୟ ପରେ ପୋଖରୀର ଜଳ ପୁଣି ନିଷ୍ଠୁଳ ଅବସ୍ଥାକୁ ଫେରି ଆସେ । ଏଥୁରୁ କଣ ବୁଝିଲେ ? ମୁ କହୁଛି । ନିର୍ବାଚନ ସମୟରେ ଟିକେ ଅଧିକ ଉଷ୍ମତା ରହିପାରେ । କିନ୍ତୁ ପରେ ତାହା ବିଲକୁଲ ରହିବା କଥା ନୁହଁ । ଆମ ପଂଚାୟତ ରୁ ମତେ ମିଶେଇ ଆମେ 4 ଜଣ ସରପଞ୍ଚ ପଦ ପାଇଁ ଲଢେଇ କରୁଛୁ. ନିର୍ବାଚନ ସମୟରେ ବିରୋଧି ମନୋଭାବ ଟିକେ ଚଳନୀୟ. କିନ୍ତୁ ନିର୍ବାଚନ ପରେ ବିଲକୁଲ ବି ନୂହେଁ.
ଯିଏ ବି ଜିତୁ. ଅଉ କାହା କଥା କହିବି ନାହିଁ, ଯଦି ଆପଣ ଓ ଭାଗବାନ ଙ୍କ କୃପାରୁ ମୁଁ ଜିତି ଯାଏ ଆଉ ସେତେବେଳେ ଯଦି ମୋ opposite ରେ ଛିଡା ହୋଇ ଥିବା candidate କୁ କି ତାଙ୍କୁ ସମର୍ଥନ କରୁଥିବା ଜନ ସାଧାରଣ ଙ୍କୁ ମୁଁ ମୋ ବିରୋଧୀ ବୋଲି ଭାବେ, ତାହା ଆମ ଗାଁ, ପଞ୍ଚାୟତ ପାଇଁ ବହୁତ୍ dangerous. ଯଦି ସେ ଭଳି ମନୋଭାବ ରୁହେ ତା ଆମ ପ୍ରଗତିରେ ବାଧକ ହେବ ନିଶ୍ଚିତ ।
ଭଗବାନ କେବେ ମୋ ମନରେ ଗର୍ବ, ଅହଙ୍କାର, ସେ ଭଳି ନୀଚ ଚିନ୍ତା ଧାରା ଦିଅନ୍ତୁ ନାହିଁ, ଏତିକି ମୋର ପ୍ରାର୍ଥନା.
ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଖୁବ ଗୁରୁତ୍ବ ପୂର୍ଣ୍ଣ । ଏହା ଆମକୁ ଆମ ନେତା ଚୟନ ପାଇଁ ସୁଯୋଗ ଦିଏ I ଏଣୁ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଭାବେ ଆମେ ନିର୍ବାଚନକୁ ଯଥେଷ୍ଟ ଗୁରୁତ୍ବ ଦେବା ।ତାର ଫଳାଫଳ ଅର୍ଥାତ ଜନମତକୁ ଆମେ ସମ୍ମାନ ଦେବା ଶିଖୁବା । ତା ହେଲେ ଯାଇ ଆମେ ବୁଝିବା ଯେ ଗୋଟେ ସ୍ବାଧୀନ ଦେଶର ନାଗରିକ ଭାବେ ଆମେ ଆମର ଦାୟିତ୍ବ ନିର୍ବହନ କରୁଛେ ।
ବନ୍ଧୁଗଣ ସରପଞ୍ଚ ପଦବୀ ନିମନ୍ତେ ମୁଁ କେତେ ଦୂର ଯୋଗ୍ୟ ତାହା ଆପଣ ମାନେ ହିଁ ଜାଣନ୍ତି । ନିଜ ଗୁଣ ଗାରିମା ବଖାଣି ସମର୍ଥନ ଭିକ୍ଷା କରିବାକୁ ମୁଁ ଆଦୌ ପସନ୍ଦ କରେନା । ମୁଁ ଆରମ୍ଭରୁ କହି ସାରିଛି ଆପଣ ମାନଙ୍କ ମଧ୍ୟରୁ ଅନେକ ମୋ ଠାରୁ ଅଧିକ ଅନୁଭୁତି ସମ୍ପନ୍ନ । ମୁଁ ଅଧୁକ ଆଉ କଣ କହିବି । ପରିଶେଷରେ ମୁଁ ଏତିକି କହିବାକୁ ଚାହେଁ ଆପଣଂକ ବହୁ ମୂଲ୍ୟ ମତଦାନ ବ୍ୟର୍ଥ ହେବାକୁ ନଦେଇ ଜଣେ ଯୋଗ୍ୟ ଓ ଉଦାର ହୃଦୟ ସମ୍ପନ୍ନ ବ୍ୟକ୍ତିଙ୍କ ସପକ୍ଷରେ ହିଁ ଦିଅନ୍ତୁ ।
ମୁ ଆପଣ ମାନଙ୍କୁ କେବଳ ଗୋଟିଏ ଅନୁରୋଧ କରିବି ଯେ ଏ ବିଶ୍ବର ବୃହତ ଗଣତନ୍ତ୍ରର ନାଗରିକ ଭାବେ ଆପଣଙ୍କ ବହୁମୂଲ୍ୟ ଭୋଟ ତାକୁ ହିଁ ଦିଅନ୍ତୁ ଯିଏ ଆପଣଙ୍କ ସୁଖ ଦୁଃଖର ସାଥ୍ ଭାବେ ଆପଣଙ୍କ ପ୍ରତିଟି ସମସ୍ୟାକୁ ବୁଝି ପାରୁଥବ । ଏ ପଂଚାୟତର ସର୍ବାଙ୍ଗିନ ବିକାଶ ଯାର ମୂଳ ଲକ୍ଷ୍ୟ ହୋଇ ଥିବ । ମୁଁ ମୋ ସପକ୍ଷରେ ଭୋଟ ଭିକ୍ଷା କରୁ ନାହିଁ । ମୁଁ କେବଳ ଏ ସନ୍ଦେଶ ଦେବାକୁ ଆସିଛି ଆପଣଙ୍କ ବହୁମୂଲ୍ୟ ଭୋଟ ବ୍ୟର୍ଥ ନ ହେଉ ।
ଆପଣମାନଙ୍କ ବହୁମୂଲ୍ୟ ମତଦାନ ଯାହା ସପକ୍ଷରେ ଯାଉ ନା କାହିଁକି ଆମେ ତାକୁ ସମ୍ମାନ ଦେବା । ଆମେ ତାଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା କାରଣ ଏହା ତାଙ୍କ ପାଇଁ ଖୁବ ଜରୁରୀ ଅଟେ । ଜୟଦେବ ପଂଚାୟତର ପ୍ରତ୍ୟେକ ଭୋଟର ଭାଇ ଓ ଭଉଣୀ ମୋ କଥାକୁ ହୃଦୟଙ୍ଗମ କରି ତଦନୁଯାୟୀ ଏ ପଂଚାୟତର ମଙ୍ଗଳ କାମନା କରିବେ ଏଇ ଆଶା ଓ ବିଶ୍ବାସ ସହ ମୋ ବକ୍ତବ୍ୟକୁ ମୁଁ ଏଇଠି ରଖୁଛି ।ମୁଁ ଆପଣମାନଙ୍କୁ ଏତିକି ନିଶ୍ଚିତ କହିବି ଯେ ଆପଣଙ୍କ ଅତି ପ୍ରିୟ ଏ ପପୁ ଆପଣମାନଙ୍କ ସାଥ୍ରେ ଥିଲା , ଅଛି ଆଉ ରହିବ ।
ଏକ ଛତ୍ର ବାଦୀ ଶାସନ ର ଇତିହାସ କୁ ପରିବର୍ତ୍ତନ କରିବା | ଆମ ଜୟଦେବ ପଞ୍ଚାୟତ ପାଇଁ ଉନ୍ନତି ର plan model ତିଆରି କରିବା |
ମୋ ମନରେ ଯାହା ସବୁ ଥିଲା ମୁଁ ଏ ଭିଡିଓ ମାଧ୍ୟମ ରେ କହି ଦେଲି |ଏବେ ମୋ ମନ ପୁରା ହାଲକା ହୋଇ ଗଲା | ଏବେ ଆପଣଙ୍କ ଉପରେ ବଡ଼ ଦାୟିତ୍ଵ |
ବର୍ତ୍ତମାନ ପାଇଁ ମୋର ବକ୍ତବ୍ଯ କୁ ଏଇଠି ରଖୁଛି । ନମସ୍କାର । ଜୟ ହିନ୍ଦ୍ | ବନ୍ଦେ ଉତ୍କଳ ଜନନୀ |
ଜୟଦେବ ଗ୍ରାମ ପଂଚାୟତର ମୋର ସମ୍ମାନନୀୟ ଗୁରୁ ଓ ଗୁରୁଜନ , ପିତୃ ଓ ଜ୍ୟେଷ୍ଠ ଭାତୃତୁଲ୍ୟ ବୟୋଜେଷ୍ଠ ବ୍ୟକ୍ତି ବୃନ୍ଦ ,ସମସ୍କନ୍ଦ ବନ୍ଧୁବର୍ଗ, ମୋର ପ୍ରିୟ ଭୋଟର ଭାଇ ଓ ଭଉଣୀ ମାନେ, ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ।
ଆସନ୍ତୁ ଏଥର ସଠିକ ଭାବରେ ମତଦାନ କରି, ଜଣେ ଯୋଗ୍ୟ ପ୍ରାର୍ଥୀ କୁ ଚୟନ କରିବା | ମୋ ସହିତ ଯୋଡି ହୋଇ ରହିବା ପାଇଁ, ଏହି ୟୁଟୁବ ଚ୍ୟାନେଲ କୁ subscribe କରନ୍ତୁ ଏବଂ video ଟି ଯଥାସମ୍ଭବ Share କରନ୍ତୁ | ଆମର ଭବିଷ୍ୟତ ହେଉଛି Digital india | ଏହି channel ମାଧ୍ୟମ ରେ, ଆଉ ଏହି video ମାଧମରେ ଆମ ପଂଚାୟତ ରେ ହେଉଥିବା ଭଲ, ମନ୍ଦ କାମ ବିଷୟ ରେ ଆପଣ ସମସ୍ତେ ଘରେ ବସି ମୋବାଇଲ ରେ ଖବର ପାଇ ପାରିବେ | ମୁଁ ଚାହେଁ ମୋର ପଞ୍ଚାୟତ ର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଜନ ସାଧାରଣ ଙ୍କ ପାଖରେ ଆମ ପଞ୍ଚାୟତ ର ବିକାଶ ର ବାର୍ତ୍ତା ପହଞ୍ଚୁ |
ଆସନ୍ତୁ ଏଥର ଏକଜୁଟ ହେବା,
ସଠିକ ମତଦାନ କରିବା,
ଉପଯୁକ୍ତ ପ୍ରାର୍ଥୀ ବାଛିବା,
ଆମ ଜୟଦେବ ଗ୍ରାମ ପଞ୍ଚାୟତ କୁ ଆଗେଇ ନେବା |
ବର୍ତ୍ତମାନ ପାଇଁ ମୋର ବକ୍ତବ୍ଯ କୁ ଏଇଠି ରଖୁଛି । ନମସ୍କାର । ଜୟ ହିନ୍ଦ୍ | ବନ୍ଦେ ଉତ୍କଳ ଜନନୀ |
ଆପଣଙ୍କର ପ୍ରିୟ ପୂର୍ଣ୍ଣ ଚନ୍ଦ୍ର ଭୋଇ ( ପପୁ)
Comments
Post a Comment